ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ; ଆଉ ପଜିଟିଭ ୧୦୮

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ୧୦୮ ନୂଆ ପଜିଟିଭ ଚିହ୍ନଟ । ସଙ୍ଗରୋଧ କେନ୍ଦ୍ରରୁ ୬୩, ସ୍ଥାନୀୟ ୪୫। ମୋଟ ପଜିଟିଭ ୩,୩୪,୯୫୮କୁ ବୃଦ୍ଧି ପାଇଛି। ୩,୩୧,୮୨୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୧୭୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୦ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୧୨ ଆକ୍ରାନ୍ତ। ଅନୁଗୁଳରୁ ୮, ବାଲେଶ୍ୱର ୧୦, ବରଗଡ ୮, କଟକ ୯, ଦେଓଗଡ ୨, ଗଜପତି ୩, ଜଗତସିଂହପୁର ୪, ଯାଜପୁର ୭, ଝାରସୁଗୁଡ଼ା ୪, କଳାହାଣ୍ଡି ୧, କେନ୍ଦ୍ରାପଡା ୩, କେନ୍ଦୁଝର ୧, ଖୋର୍ଦ୍ଧା ୪, ମୟୁରଭଞ୍ଜ ୨, ନୟାଗଡ ୧, ନୂଆପଡା ୮, ପୁରୀ ୭, ରାୟଗଡା ୩, ସମ୍ବଲପୁର ୧୦,ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.