୨୪ ଜିଲାରୁ ନୂଆ ପଜିଟିଭ ୧୩୮

ଭୁବନେଶ୍ୱର : ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଲଗାତାର ହ୍ରାସ ପାଉଛି। ଦିନକରେ ୧୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ସଙ୍ଗରୋଧ କେନ୍ଦ୍ରରୁ ୮୧, ସ୍ଥାନୀୟ ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭ ସଂଖ୍ୟା ୩,୩୪,୬୬୭କୁ ବୃଦ୍ଧି ପାଇଛି। ୩,୩୧,୪୨୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୨୮୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୪ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୨୬ ଆକ୍ରାନ୍ତ। ଅନୁଗୁଳରୁ ୩, ବାଲେଶ୍ୱର ୬, ବରଗଡ ୭, ଭଦ୍ରକ ୪, ବଲାଙ୍ଗୀର ୧, ବୌଦ୍ଧ ୧, ଦେଓଗଡ ୨, ଗଜପତି ୨, ଗଞ୍ଜାମ ୩, ଜଗତସିଂହପୁର ୪, ଯାଜପୁର ୬, ଝାରସୁଗୁଡା ୪, କଳାହାଣ୍ଡି ୧, କେନ୍ଦୁଝର ୩, ଖୋର୍ଦ୍ଧା ୮, ମାଲାକାନଗିରି ୧, ମୟୁରଭଞ୍ଜ ୩, ନୂଆପଡା ୧୫, ପୁରୀ ୯, ରାୟଗଡା ୧, ସମ୍ବଲପୁର ୯, ସୋନପୁର ୨, ସୁନ୍ଦରଗଡ ୧୫ ଓ ଷ୍ଟେଟ ପୁଲରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.