ଦ୍ରୁତଗତିରେ ହ୍ରାସ ଆକ୍ରାନ୍ତଙ୍କ ସଂଖ୍ୟା ; ନୂଆ ପଜିଟିଭ ୧୩୦

୬ ଜିଲାରୁ ନାହାନ୍ତି ନୂଆ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତଗତିରେ ହ୍ରାସ ଆକ୍ରାନ୍ତଙ୍କ ସଂଖ୍ୟା । ଚିହ୍ନଟ ନୂଆ ଆକ୍ରାନ୍ତ ୧୩୦। ସଙ୍ଗରୋଧ କେନ୍ଦ୍ରରୁ ୭୬, ସ୍ଥାନୀୟ ୫୪, ମୋଟ ପଜିଟିଭ ୩,୩୪,୪୩୦କୁ ବୃଦ୍ଧି ପାଇଛି। ୩,୩୧,୧୪୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧,୩୨୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୪ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୩୨ ଆକ୍ରାନ୍ତ। ଅନୁଗୁଳ , ବରଗଡ , ବଲାଙ୍ଗୀର, ଦେଓଗଡ, ଗଜପତି, ଯାଜପୁରରୁ ୩ ଲେଖାଏଁ , ବାଲେଶ୍ୱର ୬, , ଭଦ୍ରକ ଓ କନ୍ଧମାଳରୁ ୧ ଲେଖାଏଁ , କଟକ ୭, ଜଗତସିଂହପୁର ୪, ଝାରସୁଗୁଡ଼ା ୯, କଳାହାଣ୍ଡି ୫, କେନ୍ଦ୍ରାପଡା ଓ କେନ୍ଦୁଝରରୁ ୨ ଲେଖାଏଁ, ଖୋର୍ଦ୍ଧା ୪, ମୟୁରଭଞ୍ଜ ୬, ନବରଙ୍ଗପୁର ୩, ନୂଆପଡ଼ା ୬, ପୁରୀ ୭, ରାୟଗଡା ୧, ସମ୍ବଲପୁର ୧୪, ସୋନପୁର ୧, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.