ନୂଆ ପିଜିଟିଭ ୨୦୦ରେ ସୀମିତ ; ମୋଟ ପଜିଟିଭ ୩,୩୪,୦୨୦

ଭୁବନେଶ୍ୱର :ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ହ୍ରାସ ପାଇବା ସହ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରେ ସୀମିତ ରହୁଛି। ରାଜ୍ୟରେ ଦିନକରେ ୧୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୮୯, ସ୍ଥାନୀୟ ୬୫। ମୋଟ ପଜିଟିଭ ସଂଖ୍ୟା ୩,୩୪,୦୨୦କୁ ବୃଦ୍ଧି ପାଇଛି। ୩,୩୦,୫୪୫ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୫୧୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୧ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସମ୍ବଲପୁରରୁ ସର୍ବାଧିକ ୧୯। ଅନୁଗୁଳ ୧୦, ବାଲେଶ୍ୱର ୧୧, ବରଗଡ ୯, ଭଦ୍ରକ ୮, ବଲାଙ୍ଗୀର ୩, ବୌଦ୍ଧ ୧, କଟକ ୯, ଢେଙ୍କାନାଳ ୧, ଗଜପତି ୩, ଜଗତସିଂହପୁର ୫, ଯାଜପୁର ୬, ଝାରସୁଗୁଡା ୬, କେନ୍ଦ୍ରାପଡା ୧, କେନ୍ଦୁଝର ୫, ଖୋର୍ଦ୍ଧା ୧୨, ନୟାଗଡ ୧, ନୂଆପଡା ୪, ପୁରୀ ୧୮, ସୋନପୁର ୨, ସୁନ୍ଦରଗଡ ୧୮, ଷ୍ଟେଟ ପୁଲରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.