ରାଜ୍ୟରେ ଦ୍ରୁତ ଗତିରେ ହ୍ରାସ ଆକ୍ରାନ୍ତଙ୍କ ସଂଖ୍ୟା ; ନୂଆ ପଜିଟିଭ ୧୭୮

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣରେ ଦ୍ରୁତ ଗତିରେ ହ୍ରାସ ପାଉଛି। ଦିନକରେ ନୂଆ ପଜିଟିଭ ୧୭୮ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୦୩, ସ୍ଥାନୀୟ ୭୫। ମୋଟ ପଜିଟିଭ ୩,୩୩,୧୨୭କୁ ବୃଦ୍ଧି ପାଇଛି। ୩,୨୯,୦୮୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୦୮୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୨ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୩୦ ଆକ୍ରାନ୍ତ। ଅନୁଗୁଳରୁ ୪, ବାଲେଶ୍ୱର ୭, ବରଗଡ ୧୦, ଭଦ୍ରକ ୪, ବଲାଙ୍ଗୀର ୫, କଟକ ୪, ଦେଓଗଡ ୨, ଗଜପତି ୩, ଗଞ୍ଜାମ ୩, ଯାଜପୁର ୭, ଝାରସୁଗୁଡ଼ା ୨୩, କଳାହାଣ୍ଡି ୧, ଖୋର୍ଦ୍ଧା ୫, କୋରାପୁଟ ୩, ମାଲାକାନଗିରି ୧, ମୟୁରଭଞ୍ଜ ୨, ନୂଆପଡା ୧୬, ପୁରୀ ୧୯, ରାୟଗଡା ୨, ସମ୍ବଲପୁର ୨୪, ସୋନପୁର ୨, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.