ଦୈନିକ ସଂକ୍ରମଣ ହ୍ରାସ ; ୨୦୦ରେ ସୀମିତ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ହ୍ରାସ ଆକ୍ରାନ୍ତଙ୍କ ସଂଖ୍ୟା । ଦୈନିକ ସଂକ୍ରମଣ ହ୍ରାସ ସହ ଦିନକରେ ଚିହ୍ନଟ ଆକ୍ରାନ୍ତ ୨୦୦ରେ ସୀମିତ ରହିଛି। ଆଉ ୧୮୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୦୮, ସ୍ଥାନୀୟ ୭୮। ମୋଟ ପଜିଟିଭ ସଂଖ୍ୟା ୩,୨୯,୯୪୯କୁ ବୃଦ୍ଧି ପାଇଛି। ୩,୨୮,୮୩୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୧୬୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୬ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୧୮, ବାଲେଶ୍ୱର ୧୧, ବରଗଡ ୧୫, ବଲାଙ୍ଗୀର ୮, ବୌଦ୍ଧ ୨, କଟକ ୧୪, ଦେଓଗଡ ୧ ଗଜପତି ୨, ଗଞ୍ଜାମ ୧, ଜଗତସିଂହପୁର ୧, ଯାଜପୁର ୮, ଝାରସୁଗୁଡା ୩, କଳାହାଣ୍ଡି ୧, କେନ୍ଦ୍ରାପଡ଼ା ୩, କେନ୍ଦୁଝର ୨, ଖୋର୍ଦ୍ଧା ୭, କୋରାପୁଟ ୧, ମୟୁରଭଞ୍ଜ ୫, ନବରଙ୍ଗପୁର ୨, ନୟାଗଡ ୨, ନୂଆପଡା ୪, ପୁରୀ ୧୪, ରାୟଗଡା ୧, ସମ୍ବଲପୁର ୨୦, ସୋନପୁର ୪, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.