ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ; ଆଉ ପଜିଟିଭ ୨୧୦

ଭୁବନେଶ୍ୱର : ରାଜ୍ୟରେ ୩୦୦ ମଧ୍ୟରେ ସୀମିତ ଆକ୍ରାନ୍ତଙ୍କ ସଂଖ୍ୟା।୨୪ ଘଣ୍ଟାରେ ୨୧୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୨୨, ସ୍ଥାନୀୟ ୮୮, ମୋଟ ପଜିଟିଭ ୩,୩୨୫୪୧କୁ ବୃଦ୍ଧି ପାଇଛି। ୩,୨୮,୪୫୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୧୪୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୫ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୩୦। ଅନୁଗୁଳରୁ ୨୪, ବାଲେଶ୍ୱର ୯, ବରଗଡ ୮, ଭଦ୍ରକ ୨, ବଲାଙ୍ଗୀର ୭, କଟକ ୧୪, ଦେଓଗଡ ୧, ଢେଙ୍କାନାଳ ୨, ଗଜପତି ୫, ଗଞ୍ଜାମ ୪, ଜଗତସିଂହପୁର ୪, ଯାଜପୁର ୯, ଝାରସୁଗୁଡ଼ା ୧୩, କଳାହାଣ୍ଡି ୪, କେନ୍ଦ୍ରାପଡା ୨, କେନ୍ଦୁଝର ୧, ଖୋର୍ଦ୍ଧା ୧୩, ମାଲକାନଗିରି ୮, ମୟୁରଭଞ୍ଜ ୮, ନୂଆପଡା ୫, ପୁରୀ ୧୦, ରାୟଗଡା ୭, ସମ୍ବଲପୁର ୧୬, ସୋନପୁର ୧, ଷ୍ଟେଟ ପୁଲରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.