୩୦୦ରେ ସୀମିତ ଆକ୍ରାନ୍ତଙ୍କ ସଂଖ୍ୟା ; ଚିକିତ୍ସାଧୀନ ୨,୧୧୩

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ଆଉ ୨୨୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୩୧, ସ୍ଥାନୀୟ ୯୪। ମୋଟ ପଜିଟିଭ ସଂଖ୍ୟା ୩,୩୨,୩୩୧କୁ ବୃଦ୍ଧି ପାଇଛି। ୩,୨୮,୨୭୧ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୧୧୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୫ ଜିଲା ଓ ଷ୍ଟେଟପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୩୮। ଅନୁଗୁଳରୁ ୧୫, ବାଲେଶ୍ୱର ୧୪, ବରଗଡ ୧୬, ଭଦ୍ରକ ୧, ବଲାଙ୍ଗୀର ୧୬, ବୌଦ୍ଧ ୧, କଟକ ୩, ଦେଓଗଡ ୫, ଗଜପତି ୪, ଗଞ୍ଜାମ ୧, ଜଗତସିଂହପୁର ୨, ଯାଜପୁର ୫, ଝାରସୁଗୁଡ଼ା ୧୫, କଳାହାଣ୍ଡି ୬, କନ୍ଧମାଳ ୧, କେନ୍ଦୁଝର ୧୧, ଖୋର୍ଦ୍ଧା ୧୫, ମୟୁରଭଞ୍ଜ ୧୦, ନୟାଗଡ ୨, ନୂଆପଡା ୫, ପୁରୀ ୧୫, ରାୟଗଡା ୩, ସମ୍ବଲପୁର ୧୫, ସୋନପୁର ୩, ଷ୍ଟେଟ ପୁଲରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.