ରାଜ୍ୟରେ ଚିହ୍ନଟ ନୂଆ ଆକ୍ରାନ୍ତ ୨୦୧୯ ; ଖୋର୍ଦ୍ଧାରୁ ୨୮୩

ଭୁବନେଶ୍ୱର : ଧିରେ ଧିରେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। ପୂର୍ବରୁ ପ୍ରତିଦିନ ୪ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ୨ ହଜାର ପାର ହେଉଛି। ୨୪ ଘଣ୍ଟାରେ ୨ ହଜାର ୦୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧ ହଜାର ୧୬୮ ଓ ୮୫୧ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୮,୩୬୪ରେ ପହଞ୍ଚିଛି। ୨,୪୪,୨୨୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୨,୯୪୯ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୮୩ ଓ କଟକରୁ ୧୫୦ । ଅନୁଗୁଳରୁ ୧୨୯, ବାଲେଶ୍ୱର ୬୯, ବରଗଡ଼ ୭୭, ଭଦ୍ରକ ୪୧, ବଲାଙ୍ଗୀର ୭୧, ବୌଦ୍ଧ ୧୨, ଦେଓଗଡ ୨୦, ଢେଙ୍କାନାଳ ୩୮, ଗଜପତି ୬, ଗଞ୍ଜାମ ୩୩, ଜଗତସିଂହପୁର ୬୪, ଯାଜପୁର ୭୩, ଝାରସୁଗୁଡା ୪୩, କଳାହାଣ୍ଡି ୬୯, କନ୍ଧମାଳ ୩୧, କେନ୍ଦ୍ରାପଡ଼ା ୬୧, କେନ୍ଦୁଝର ୫୮, କୋରାପୁଟ ୪୧, ମାଲକାନଗିରି ୨୦, ମୟୁରଭଞ୍ଜ ୧୧୧, ନବରଙ୍ଗପୁର ୬୦, ନୟାଗଡ ୪୦, ନୂଆପଡା ୯୦, ପୁରୀ ୩୦, ରାୟଗଡ଼ା ୨୪, ସମ୍ବଲପୁର ୫୨, ସୋନପୁର ୬୮, ସୁନ୍ଦରଗଡ଼ ୯୯ , ଷ୍ଟେଟ ପୁଲରୁ ୫୬ ଚିହ୍ନଟ ହୋଇଛନ୍ତି।

Comments are closed.