ରାଜ୍ୟରେ ହ୍ରାସ ପାଉଛି ପଜିଟିଭ ସଂଖ୍ୟା ; ଚିହ୍ନଟ ନୂଆ କରୋନା ଆକ୍ରାନ୍ତ ୨୧୯୬

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ୨ ହଜାର ୧୯୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧ ହଜାର ୨୭୪ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୨୨ ଚିହ୍ନଟ ହୋଇଛନ୍ତି। ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୬,୩୪୫ରେ ପହଞ୍ଚିଛି। ୨,୪୧,୩୮୫ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୩,୭୮୬ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୫୯ ଓ କଟକରୁ ୧୭୫। ଅନୁଗୁଳରୁ ୧୦୭, ବାଲେଶ୍ୱର ୧୦୪, ବରଗଡ଼ ୮୦, ଭଦ୍ରକ ୧୬, ବଲାଙ୍ଗୀର ୭୧, ବୌଦ୍ଧ ୩୨, ଢେଙ୍କାନାଳ ୩୩, ଗଜପତି ୭, ଗଞ୍ଜାମ ୧୩, ଜଗତସିଂହପୁର ୮୬, ଯାଜପୁର ୧୧୩, ଝାରସୁଗଡ଼ା ୭୧, କଳାହାଣ୍ଡି ୯୪, କନ୍ଧମାଳ ୩୪, କେନ୍ଦ୍ରାପଡ଼ା ୮୨, କେନ୍ଦୁଝର ୬୭, କୋରାପୁଟ ୨୯, ମାଲକାନଗିରି ୩୮, ମୟୁରଭଞ୍ଜ ୧୧୯, ନବରଙ୍ଗପୁର ୫୦, ନୟାଗଡ଼ ୨୦, ନୂଆପଡ଼ା ୧୦୮, ପୁରୀ ୭୭, ରାୟଗଡ଼ା ୧୪, ସମ୍ବଲପୁର ୩୭, ସୋନପୁର ୭୦, ସୁନ୍ଦରଗଡ଼ ୧୪୦, ଷ୍ଟେଟ ପୁଲ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.