ରାଜ୍ୟରେ ସକ୍ରିୟ ଆକ୍ରାନ୍ତ ୩,୦୩୫ ; ନୂଆ ପଜିଟିଭ ୩୭୨

ଭୁବନେଶ୍ୱର : ରାଜ୍ୟରେ ଦୈନିକ ହ୍ରାସ ପାଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି ପ୍ରଦାନ କରୁଛି। ଦିନକରେ ୩୭୨ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୨୧୪, ସ୍ଥାନୀୟ ୧୫୮। ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୩ଲକ୍ଷ ୨୬ହଜାର ୨୩୩କୁ ବୃଦ୍ଧି ପାଇଛି। ୩,୨୧,୩୦୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩,୦୩୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୭ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ସର୍ବାଧିକ ୫୦ ଓ ସୁନ୍ଦରଗଡ଼ରୁ ୪୭ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ୧୫, ବରଗଡ ୧୦, ବଲାଙ୍ଗୀର ୧୨, ବୌଦ୍ଧ ୩, କଟକ ୨୬, ଦେଓଗଡ଼ ୭, ଢେଙ୍କାନାଳ ୨, ଗଜପତି ୨, ଗଞ୍ଜାମ ୩, ଜଗତସିଂହପୁର ୭, ଯାଜପୁର ୧୦, ଝାରସୁଗୁଡ଼ା ୫, କଳାହାଣ୍ଡି ୮, କେନ୍ଦ୍ରାପଡା ୧୧, କେନ୍ଦୁଝର ୧୨, ଖୋର୍ଦ୍ଧା ୩୮, କୋରାପୁଟ ୧, ମାଲକାନଗିରି ୧, ମୟୁରଭଞ୍ଜ ୨୪, ନବରଙ୍ଗପୁର ୪, ନୟାଗଡ ୩, ନୂଆପଡ଼ା ୧୨, ପୁରୀ ୨୮, ରାୟଗଡ଼ା ୪, ସମ୍ବଲପୁର ୧୮, ଷ୍ଟେଟ ପୁଲରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.