ସର୍ବନିମ୍ନ ସ୍ତରରେ ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା ; ଚିହ୍ନଟ ନୂଆ ଆକ୍ରାନ୍ତ ୩୭୭

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨୪ ଘଣ୍ଟାରେ ୪୦୦ ତଳକୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଉ ୩୭୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୫ ଓ ସ୍ଥାନୀୟ ଅଞ୍ଚଳରୁ ୧୬୨। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୩୯୪କୁ ବୃଦ୍ଧି ପାଇଛି। ୩,୧୪,୦୨୩ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪,୫୫୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


ବୌଦ୍ଧ, ଗଜପତି ଓ ନବରଙ୍ଗପୁରରୁ ନୂଆ ପଜିଟିଭ ଚିହ୍ନଟ ହୋଇ ନାହାନ୍ତି। ୨୭ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୬ ଓ ସୁନ୍ଦରଗଡରୁ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୨୮, ବାଲେଶ୍ୱର ୧୬, ବରଗଡ ୧୧, ଭଦ୍ରକ ୯, ବଲାଙ୍ଗୀର ୨, କଟକ ୧୮, ଦେଓଗଡ ୨, ଢେଙ୍କାନାଳ ୩, ଗଞ୍ଜାମ ୬, ଜଗତସିଂହପୁର ୧୧, ଯାଜପୁର ୧୨, ଝାରସୁଗୁଡ଼ା ୮, କଳାହାଣ୍ଡି ୭, କନ୍ଧମାଳ ୧, କେନ୍ଦ୍ରାପଡ଼ା ୭ , କେନ୍ଦୁଝର ୧୩, କୋରାପୁଟ ୮, ମାଲକାନଗିରି ୧, ମୟୁରଭଞ୍ଜ ୨୫, ନୟାଗଡ ୬, ନୂଆପଡ଼ା ୧୪, ପୁରୀ ୧୩, ରାୟଗଡା ୨, ସମ୍ବଲପୁର ୮, ସୋନପୁର ୪, ଷ୍ଟେଟ ପୁଲରୁ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.