ଓଡିଶାରେ କରୋନା ; ଆଉ ନୂଆ ସଂକ୍ରମିତ ୧୧୭୮

ଭୁୁବନେଶ୍ୱର : ରାଜ୍ୟରେ କିଛି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଅତିକ୍ରମ କରୁଛି। ଦିନକରେ ଆଉ ୧୧୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୪୬, ସଙ୍ଗରୋଧରୁ ୬୯୦ ଓ ସ୍ଥାନୀୟ ୪୮୮। ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩,୦୪,୩୬୯କୁ ବୃଦ୍ଧି ପାଇଛି। ୧୨,୮୭,୯୪୧ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭,୨୪୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୫୨। ଅନୁଗୁଳରୁ ୩, ବାଲେଶ୍ୱର ୧୮,ବରଗଡ ୩୧, ଭଦ୍ରକ ୧୦, ବଲାଙ୍ଗୀର ୧୧, ବୌଦ୍ଧ ୧୯, କଟକ ୧୦୪, ଦେଓଗଡ ୧୦, ଢେଙ୍କାନାଳ ୧, ଗଜପତି ୪, ଗଞ୍ଜାମ ୧,ଜଗତସିଂହପୁର ୮, ଯାଜପୁର ୩୪, ଝାରସୁଗୁଡା ୧୭, କଳାହାଣ୍ଡି ୩୨, କନ୍ଧମାଳ ୧୩, କେନ୍ଦ୍ରାପଡା ୧୩, କେନ୍ଦୁଝର ୧୨, କୋରାପୁଟ ୧୩, ମୟୁରଭଞ୍ଜ ୯୭, ନବରଙ୍ଗପୁର ୯, ନୟାଗଡ ୩୦, ନୂଆପଡା ୧୩, ପୁରୀ ୨୦, ରାୟଗଡା ୨୩, ସମ୍ବଲପୁର ୧୧୧, ସୋନପୁର ୧୮, ସୁନ୍ଦରଗଡ ୧୯୪, ଷ୍ଟେଟ ପୁଲରୁ ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.