ରାଜ୍ୟରେ କରୋନା ; ଚିହ୍ନଟ ହେଲେ ୨୦ ନୂଆ ସଂକ୍ରମିତ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ କେହି ନଥିବା ବେଳେ ସଙ୍ଗରୋଧରୁ ୧୨ ଓ ସ୍ଥାନୀୟ ସଂକ୍ରମିତ ୮।


୫ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୨, କଳାହାଣ୍ଡି ୧, କେନ୍ଦୁଝର ୧, ଖୋର୍ଦ୍ଧା ୧୧, ସୁନ୍ଦରଗଡ ୨, ଷ୍ଟେଟପୁଲରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୫୯୬କୁ ବୃଦ୍ଧି ପାଇଛି। ୧୨,୭୯,୨୮୧ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୩୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Comments are closed.