ରାଜ୍ୟରେ ଚିହ୍ନଟ ହେଲେ ୨୨ ନୂଆ କରୋନା ସଂକ୍ରମିତ

ଭୁବନେଶ୍ୱର : ରାଜ୍ୟରେ ଦିନକରେ ଆଉ ୨୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୪,ସଙ୍ଗରୋଧରୁ ୧୪ ଓ ସ୍ଥାନୀୟ ସଂକ୍ରମଣ ୮। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୮୨୩କୁ ବୃଦ୍ଧି ପାଇଛି। ୧୨,୭୮,୪୪୧ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୦୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୧୧ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୧, ଭଦ୍ରକ ୧, ବଲାଙ୍ଗୀର ୨, କଟକ ୪, ଗଜପତି ୧, ଯାଜପୁର ୧, ଖୋର୍ଦ୍ଧା ୪, ନୂଆପଡା ୧, ସମ୍ବଲପୁର ୪, ସୋନପୁର ୧, ସୁନ୍ଦରଗଡ ୧, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.