ରାଜ୍ୟରେ ୩ ଲକ୍ଷ ୭ ହଜାର ଟପିଲା ମୋଟ ଆକ୍ରାନ୍ତ ; ନୂଆ ଚିହ୍ନଟ ଆକ୍ରାନ୍ତ ୧୦୧୮

ଭୁବନେଶ୍ୱର : ଗତକାଲି ରାଜ୍ୟରେ ହଜାରେ ତଳେ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଥିବା ନେଇ ଜଣାପଡ଼ିଥିବା ବେଳେ ଆଜି ଏଥିରେ ସାମାନ୍ୟ ବୃଦ୍ଧି ପାଇଥିବା ଦେଖାଯାଇଛି। ରାଜ୍ୟରେ ୨୪ ଘଣ୍ଟାରେ ୧୦୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୫୮୫ , ସ୍ଥାନୀୟ ଅଞ୍ଚଳରୁ ୪୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭ ହଜାର୪କୁ ବୃଦ୍ଧି ପାଇଛି। ୨,୯୩,୭୪୧ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ହଜାର ୭୧୫ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୮୩ ଓ କଟକରୁ ୭୩। ଅନୁଗୁଳରୁ ୬୫, ବାଲେଶ୍ୱର ୨୪, ବରଗଡ଼ ୨୭, ଭଦ୍ରକ ୯, ବଲାଙ୍ଗୀର ୬୭, ବୌଦ୍ଧ ୨, ଦେଓଗଡ଼ ୪, ଢେଙ୍କାନାଳ ୨୦, ଗଜପତି ୭, ଗଞ୍ଜାମ ୧୩, ଜଗତସିଂହପୁର ୫୧, ଯାଜପୁର ୩୯, ଝାରସୁଗୁଡ଼ା ୨୭, କଳାହାଣ୍ଡି ୪୩, କନ୍ଧମାଳ ୧୯, କେନ୍ଦ୍ରାପଡ଼ା ୩୮, କେନ୍ଦୁଝର ୩୫, କୋରାପୁଟ ୧୨, ମାଲକାନଗିରି ୩, ମୟୁରଭଞ୍ଜ ୮୬, ନବରଙ୍ଗପୁର ୧୭, ନୟାଗଡ଼ ୧୦, ନୂଆପଡ଼ା ୪୧, ପୁରୀ ୩୮, ସମ୍ବଲପୁର ୪୬, ସୋନପୁର ୮, ସୁନ୍ଦରଗଡ଼ ୯୪, ଷ୍ଟେଟ ପୁଲରୁ ୧୭ ଚିହ୍ନଟ ହୋଇଛନ୍ତି।

Comments are closed.