ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ ; ଚିହ୍ନଟ ହେଲେ ଆଉ ୨୧ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଲଗାତାର ଦ୍ରୁତ ଗତି ରେ ହ୍ରାସ ପାଉଛି। ଦିନକରେ ଆଉ ୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜନ୍ମରୁ ୧୮ ବର୍ଷ ମଧ୍ୟରେ ୫,ସଙ୍ଗରୋଧରୁ ୧୩, ସ୍ଥାନୀୟ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୬୬୧କୁ ବୃଦ୍ଧି ପାଇଛି।ମୋଟ ୧୨,୭୮,୧୨୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୬୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୧୦ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୧, ଗଜପତି ୨, ଗଞ୍ଜାମ ୧, ଯାଜପୁର ୧, ଝାରସୁଗୁଡା ୩, କେନ୍ଦ୍ରାପଡା ୧, ଖୋର୍ଦ୍ଧା ୪, ମୟୁରଭଞ୍ଜ ୧, ସମ୍ବଲପୁର ୩, ସୁନ୍ଦରଗଡ ୩, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.