ରାଜ୍ୟରେ ଆଉ ୩୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଉଛି। ୨୪ ଘଣ୍ଟାରେ ଆଉ ୩୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୦,ସଙ୍ଗରୋଧରୁ ୨୦,ସ୍ଥାନୀୟ ୧୨ । ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨,୮୭,୬୪୦କୁ ବୃଦ୍ଧି ପାଇଛି। ମୋଟ ୧୨,୭୮,୦୮୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୮୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୧୨ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୨, ବରଗଡ ୧, ବଲାଙ୍ଗୀର ୩, କଟକ ୨, ଗଜପତି ୫, ଯାଜପୁର ୧, ଝାରସୁଗୁଡା ୧, କେନ୍ଦ୍ରାପଡା ୩, ଖୋର୍ଦ୍ଧା ୫, ମୟୁରଭଞ୍ଜ ୧, ସମ୍ବଲପୁର ୩, ସୁନ୍ଦରଗଡ ୪, ଷ୍ଟେଟପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.