ପୁଣି ହଜାରେ ତଳେ ସଂକ୍ରମଣ ; ନୂଆ ଆକ୍ରାନ୍ତ ୯୮୬ ; ସ୍ଥାନୀୟ ୪୧୪

ଭୁବନେଶ୍ୱର : ରାଜ୍ୟରେ ୧ହଜାର ତଳକୁ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ୨୪ ଘଣ୍ଟାରେ ଆଉ ୯୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୫୭୨ ଓ ସ୍ଥାନୀୟ ସଂକ୍ରମଣ ୪୧୪ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୫ ,୯୮୬କୁ ବୃଦ୍ଧି ପାଇଛି। ୨,୯୨, ୪୭୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୧, ୯୭୩ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୧୨ ଓ କଟକରୁ ୮୧। ଅନୁଗୁଳରୁ ୬୪, ବାଲେଶ୍ୱର ୪୩, ବରଗଡ ୩୪, ଭଦ୍ରକ ୧୦, ବଲାଙ୍ଗୀର ୨୬, ବୌଦ୍ଧ ୮, ଦେଓଗଡ ୫, ଢେଙ୍କାନାଳ ୨୬, ଗଜପତି ୩, ଗଞ୍ଜାମ ୧୫, ଜଗତସିଂହପୁର ୫୪, ଯାଜପୁର ୨୮, ଝାରସୁଗୁଡ଼ା ୧୯, କଳାହାଣ୍ଡି ୪୨, କନ୍ଧମାଳ ୧୩, କେନ୍ଦ୍ରାପଡ଼ା ୪୪, କେନ୍ଦୁଝର ୪୯, କୋରାପୁଟ ୧୪, ମାଲକାନଗିରି ୬, ମୟୁରଭଞ୍ଜ ୫୭, ନବରଙ୍ଗପୁର ୧୫, ନୟାଗଡ଼ ୧୦, ନୂଆପଡ଼ା ୩୮, ପୁରୀ ୩୨, ରାୟଗଡ଼ା ୧୬, ସମ୍ବଲପୁର ୧୬, ସୋନପୁର ୩, ସୁନ୍ଦରଗଡ ୮୦, ଷ୍ଟେଟ ପୁଲରୁ ୨୩ ଚିହ୍ନଟ ହୋଇଛନ୍ତି।

 

Comments are closed.