ରାଜ୍ୟରେ କରୋନା ; ନୂଆ ଆକ୍ରାନ୍ତ ୨୬୪

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶୂନ୍ୟ ରୁ ୧୮ ବର୍ଷ ମଧ୍ୟରେ ୪୧, ସଙ୍ଗରୋଧରୁ ୧୫୪, ସ୍ଥାନୀୟ ୧୧୦ ଚିହ୍ନଟ ହୋଇଛନ୍ତି।ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୮,୪୯୨କୁ ବୃଦ୍ଧି ପାଇଛି। ୧୦,୩୭,୬୦୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨,୪୨୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୦ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨, ବାଲେଶ୍ୱର ୫, ବରଗଡ ୪, ଭଦ୍ରକ ୧, କଟକ ୧୪, ଦେଓଗଡ ୨, ଗଞ୍ଜାମ ୨, ଜଗତସିଂହପୁର ୩, ଯାଜପୁର ୮, ଝାରସୁଗୁଡା ୪, କନ୍ଧମାଳ ୧, କେନ୍ଦ୍ରାପଡା ୨, କେନ୍ଦୁଝର ୩, ଖୋର୍ଦ୍ଧା ୧୨୭, କୋରାପୁଟ ୧, ମୟୁରଭଞ୍ଜ ୨୬, ନୟାଗଡ ୧, ପୁରୀ ୫, ସମ୍ବଲପୁର ୯, ସୁନ୍ଦରଗଡ ୧୬, ଷ୍ଟେଟ ପୁଲରୁ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.