ଦିନକରେ ୨ଲକ୍ଷ ୧୭ ହଜାର ଟପିଲା କରୋନା ପଜିଟିଭ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ କରୋନାର ୨ୟ ତରଙ୍ଗ ହୁ ହୁ ହୋଇ ବୃଦ୍ଧି ପାଇବା ସହ ନିଜର କାୟାର ବିସ୍ତାର କରି ଚାଲିଛି। ୨୪ ଘଣ୍ଟାରେ ୨ଲକ୍ଷ ୧୭ହଜାର ଟପିଛି ନୂଆ ପଜିଟିଭ ସଂଖ୍ୟା। ୨,୧୭,୩୫୩ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବା ବେଳେ ମୋଟ ପଜିଟିଭ ସଂଖ୍ୟା ୧,୪୨,୯୧,୯୧୭କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧ ହଜାର ୧୮୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧,୭୪,୩୦୮ରେ ପହଞ୍ଚିଛି। ଦିନକରେ ୧,୧୮,୩୦୨ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୧,୨୫,୪୭,୮୬୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୫,୬୯,୭୪୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

 

Comments
Loading...