ଦେଶରେ ନୂଆ ଆକ୍ରାନ୍ତ ୪୬,୨୫୪ ; ମୋଟ ଆକ୍ରାନ୍ତ ୮୩ ଲକ୍ଷ ୧୩ହଜାର ୮୭୭

ନୂଆଦିଲ୍ଲୀ : ଦେଶରେ ଧିରେ ଧିରେ ହ୍ରାସ ପାଉଛି କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ୨୪ ଘଣ୍ଟାରେ ୪୬,୨୫୪ ନୂଆ କରୋନା ପଜିଟିଭ ଚିହ୍ନ ହୋଇଥିବା ବେଳେ ୫୧୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏବେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୩ ହଜାର ୬୧୧ରେ ପହଞ୍ଚିଛି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩ ଲକ୍ଷ ୧୩ହଜାର ୮୭୭କୁ ବୃଦ୍ଧି ପାଇଛି। ମୋଟ ୫,୩୩,୭୮୭ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୭୬,୫୬,୪୭୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

Comments are closed.