ଦେଶରେ ଆଜି ଚିହ୍ନଟ ଆକ୍ରାନ୍ତ ୧୬,୪୮୮

ନୂଆଦିଲ୍ଲୀ : ଦେଶରେ ଆଜି ମଧ୍ୟ ୧୬ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଚନ୍ତି। ୨୪ ଘଣ୍ଟାରେ ୧୬,୪୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ମୋଟ ପଜିଟିଭ ସଂଖ୍ୟା୧,୧୦,୭୯,୯୭୯କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୧୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧,୫୬,୯୩୮ରେ ପହଞ୍ଚିଛି। ଦିନକରେ ୧୨,୭୭୧ ସୁସ୍ଥ ହୋଇ ଥିବା ବେଳେ ମୋଟ ୧,୦୭,୬୩,୪୫୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧,୫୯,୫୯୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.