ଦେଶରେ ଆଉ ୧୬,୫୭୭ ନୂଆ କରୋନା ପଜିଟିଭ ; ସୁସ୍ଥତା ହାର ୯୭.୧୭%

ନୂଆଦିଲ୍ଲୀ : ଦେଶରେ ପୁଣି ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ଆଉ ୧୬,୫୭୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭ ସଂଖ୍ୟା ୧,୧୦,୬୩,୪୯୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୨୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧,୫୬,୮୨୫ରେ ପହଞ୍ଚିଛି। ୨୪ ଘଣ୍ଟାରେ ୧୨,୧୭୯ ସୁସ୍ଥ ହୋଇଥିବା ବେଳେ ୧,୦୭,୫୦,୬୮୦ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ ମୋଟ ସୁସ୍ଥତା ହାର ୯୭.୧୭%ରେ ପହଞ୍ଚିଛି। ୧,୫୫,୯୮୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

 

Comments are closed.