ଦେଶରେ ଚିହ୍ନଟ ଆକ୍ରାନ୍ତ ୧୪,୧୯୯ 

ନୂଆଦିଲ୍ଲୀ : ଦେଶରେ ପୁଣି ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଇଛି। ୨୪ଘଣ୍ଟାରେ ୧୪ ହଜାର ଦୈନିକ ସଂକ୍ରମଣ ଅତିକ୍ରମ କରିଛି। ୧୪,୧୯୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭଙ୍କ ସଂଖ୍ୟା ୧,୧୦,୦୫,୮୫୦କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୮୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧,୫୬,୩୮୫ରେ ପହଞ୍ଚିଛି। ୧,୦୬,୯୯,୪୧୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧,୫୦,୦୫୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ସୂଚନା ମିଳିଛି।

 

 

Comments are closed.