ଦେଶରେ ଚିହ୍ନଟ ଆକ୍ରାନ୍ତ ୫୪ ହଜାର ୩୬୬ ; ମୃତ ୬୯୦

ନୂଆଦିଲ୍ଲୀ : ଧିରେ ଧିରେ ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଦେଶରେ ୫୪ ହଜାର ୩୬୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯୦ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୧୭, ୩୦୬ରେ ପହଞ୍ଚିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୭ ଲକ୍ଷ ୬୧ ହଜାର ୩୧୨କୁ ବୃଦ୍ଧି ପାଇଛି। ଏହାସହ ୬,୯୫,୫୦୯ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୬୯,୪୮,୪୯୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

 

Comments are closed.