ଦେଶରେ ଦିନକରେ ନୂଆ ପଜିଟିଭ ୧୨,୮୮୧ ; ସୁସ୍ଥ ୧୧,୯୮୭

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ଓ ବୃଦ୍ଧି ପାଉଥିବା ଦେଖାଯାଉଛି। ଦେଶରେ ଦିନକରେ ୧୨,୮୮୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭ ସଂଖ୍ୟା ୧,୦୯,୫୦,୨୦୧କୁ ବୃଦ୍ଧି ପାଇଛି। ସେହିପରି ଚିକିତ୍ସାଧୀନ ଅବସ୍ଥାରେ ୧୦୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧,୫୬,୦୧୪ରେ ପହଞ୍ଚିଛି। ଦିନକରେ ୧୧,୯୮୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୧,୦୬,୫୬,୮୪୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧,୩୭,୩୪୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.