ଦେଶରେ ଆଉ ୧୧,୦୬୭ ନୂଆ ଆକ୍ରାନ୍ତ ଚିହ୍ନଟ ନିୟମ

ନୂଆଦିଲ୍ଲୀ : ଦେଶରେ ଦିନକରେ ୧୧,୦୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୮,୫୮,୩୭୧ରେ ପହଞ୍ଚିଛି। ଚିକିତ୍ସାଧୀନ ଅବସ୍ଥାରେ ୯୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧,୫୫,୨୫୨ । ୨୪ ଘଣ୍ଟାରେ ୧୩,୦୮୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୧,୦୫,୬୧,୬୦୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧,୪୧,୫୧୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.