ଦେଶରେ ଆରୋଗ୍ୟ ହାର ୯୬.୯୮% ; ନୂଆ ପଜିଟିଭ ୧୧, ୪୨୭

ନୂଆଦିଲ୍ଲୀ : ଦେଶରେ ସଂକ୍ରମିତ ଓ ମୃତକଙ୍କ ଅପେକ୍ଷା ଆରୋଗ୍ୟ ହାର ବୃଦ୍ଧି ପାଉଥିବା ଦେଖାଯାଉଛି। ଦେଶରେ ୨୪ ଘଣ୍ଟାରେ ୧୧ହଜାର ୪୨୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭ ସଂଖ୍ୟା ୧,୦୭,୫୭,୬୧୦କୁ ବୃଦ୍ଧି ପାଇଛି। ଦିନକରେ ୧୧,୮୫୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧,୦୪,୩୪,୯୮୩ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହ ମୋଟ ସୁସ୍ଥତା ହାର ୯୬.୯୮%କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୧୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୫୪,୩୯୨ରେ ପହଞ୍ଚିଛି। ୧,୬୮,୨୩୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.