ଦେଶରେ ଦିନକରେ ୧୩,୦୫୨ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଳୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଲଗାତାର ହ୍ରାସ ହେଉଛି। ଦିନକରେ ଦେଶରେ ୧୩,୦୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭଙ୍କ ସଂଖ୍ୟା ୧,୦୭,୪୬,୧୮୩କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୨୭ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ସହ ମୋଟ ମୃତ୍ୟୁ ସଂଖ୍ୟା ୧,୫୪,୨୭୪ରେ ପହଞ୍ଚିଛି। ଦିନକରେ ୧୩,୯୬୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧,୦୪,୨୩,୧୨୫ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧,୬୮,୭୮୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.