ଦେଶରେ ଆଉ ପଜିଟିଭ ୧୪,୮୪୯ ; ଆରୋଗ୍ୟ ହାର ୯୬.୮୩ %

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛିଦିନ ହେବ ୧୫ ହଜାରରେ ସୀମିତ ରହିଥିବା ଦେଖାଯାଇଛି। ଏହାସହ ମୃତକଙ୍କ ସଂଖ୍ୟାରେ ମଧ୍ୟ ହ୍ରାସ ପାଉଛି। ଦିନକରେ ୧୪,୮୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭ ସଂଖ୍ୟା ୧,୦୬,୫୪,୫୩୩କୁ ବୃଦ୍ଧି ପାଇଛି।ସେହିପରି ଚିକିତ୍ସାଧୀନ ଅବସ୍ଥାରେ ୧୫୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧,୫୩,୩୩୯ରେ ପହଞ୍ଚିଛି। ଦିନକରେ ୧୫,୯୪୮ ସୁସ୍ଥ ହୋଇଥିବା ବେଳେ ୧,୦୩,୧୬,୭୮୬ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆରୋଗ୍ୟ ହାର ୯୬.୮୩ % ରେ ପହଞ୍ଚିଛି। ୧,୮୪,୪୦୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.