ଦେଶରେ ସଂକ୍ରମିତଙ୍କ ତୁଳନାରେ ବୃଦ୍ଧି ଆରୋଗ୍ୟ ହାର ; ନୂଆ ପଜିଟିଭ ୧୫ହଜାରରେ ସୀମିତ

ନୂଆଦିଲ୍ଲୀ : ଦେଶରେ ଦିନକରେ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ହଜାର ମଧ୍ୟରେ ସୀମିତ ରହିଛି। ଆଉ ୧୪,୨୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୩୯,୬୮୪ କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୫୨ ଆକ୍ରାନ୍ତ ମୃତ୍ୟୁ ହେବା ସହ ମୋଟ ମୃତ୍ୟୁ ସଂଖ୍ୟା ୧,୫୩,୧୮୪ରେ ପହଞ୍ଚିଛି। ଦିନକରେ ୧୭,୧୩୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୧,୦୩,୦୦,୮୩୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୧,୮୫,୬୬୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.