୨୪ ଘଣ୍ଟାରେ ୧୫,୧୫୮ ଆକ୍ରାନ୍ତ ଚିହ୍ନଟ ; ୧୭୫ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ହ୍ରାସ ପାଉଛି। ୨୪ ଘଣ୍ଟାରେ ୧୫,୧୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ୧୭୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୋଟ କରୋନା ଜିନିତ ମୃତ୍ୟୁ ସଂଖ୍ୟା ୧,୫୨,୦୯୩ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୪୨,୮୪୧କୁ ବୃଦ୍ଧି ପାଇଛି। ଦିନକରେ ୧୬,୯୭୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିବା ବେଳେ ମୋଟ ୧,୦୧,୭୯, ୭୧୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସକ୍ରିୟ ଆକ୍ରାନ୍ତ ୨,୧୧,୦୩୩ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

 

Comments are closed.