ଦେଶରେ ୧୫,୯୬୮ ନୂଆ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଭୟ କିଛି ପରିମାଣରେ ବୃଦ୍ଧି ଓ ହ୍ରାସ ପାଉଥିବା ଦେଖାଯାଉଛି। ଗତକାଲି ଜଣାପଡ଼ିଥିବା ଆକ୍ରାନ୍ତଙ୍କ ଅପେକ୍ଷା ଆଜି ଏଥିରେ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଦେଶରେ ୨୪ ଘଣ୍ଟାରେ ୧୫,୯୬୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୭,୮୧୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୦୨ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୋଟ ମୃତ୍ୟୁ ସଂଖ୍ୟା ୧,୫୧, ୫୨୯ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୪,୯୫,୧୪୭କୁ ବୃଦ୍ଧି ପାଇଛି। ୨,୧୪,୫୦୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୧,୦୧,୨୯,୧୧୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

 

Comments are closed.