ଦେଶରେ ଚିହ୍ନଟ ହେଲେ ୬,୯୮୪ ଆକ୍ରାନ୍ତ ; ମୃତ୍ୟୁହାର ୧.୩୭%

ନୂଆଦିଲ୍ଲୀ : ଦେଶରେ ଦିନକରେ ଆଉ ୬,୯୮୪ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ବର୍ତ୍ତମାନ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୪୭,୧୦,୬୨୮କୁ ବୃଦ୍ଧି ପାଇଛି। ସେହିପରି ୮,୧୬୮ ସୁସ୍ଥ ହେବା ସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩,୪୧,୪୬,୯୩୧ରେ ପହଞ୍ଚିଛି। ଆରୋଗ୍ୟ ହାର ୯୮.୩୮%। ଚିକିତ୍ସାଧୀନ ଅବସ୍ଥାରେ ଆଉ ୨୪୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୪,୭୬,୧୩୫। ମୃତ୍ୟୁହାର ୧.୩୭%। ୮୭,୫୬୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୨୫%। ଦିନକରେ ୧୧,୮୪,୮୮୩ ନୁମନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୬୫,୮୮,୪୭, ୮୧୬ ନମୁନା ପରୀକ୍ଷା କରାଯାଇଛି। ଦିନକ ପୂର୍ବରୁ ୬୮,୮୯,୦୨୫ ଟିକା ନେଇଥିବା ବେଳେ ମୋଟ ୧,୩୪,୬୧,୧୪,୪୮୩ ଟିକା ନେଇ ସାରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

 

 

Comments are closed.