ଦେଶରେ ହ୍ରାସ ଦୈନିକ ସଂକ୍ରମଣ ; ବୃଦ୍ଧି ମୃତ୍ୟୁ ସଂଖ୍ୟା

ନୂଆ ସଂକ୍ରମିତ ୧.୨୦ଲକ୍ଷ ; ମୃତ୍ୟୁ ୩୩୮୦

ନୂଆଦିଲ୍ଲୀ : ଦେଶରେ ଗତ ମାସରେ ଦୈନିକ ସଂକ୍ରମଣ ୪ ଲକ୍ଷ ଅତିକ୍ରମ କରୁଥିବା ବେଳେ ଏବେ ହ୍ରାସ ହୋଇ ୧ ଲକ୍ଷ ଟପୁଛି। ୨୪ ଘଣ୍ଟାରେ ଦେଶରେ ଆଉ ୧ ଲକ୍ଷ ୨୦ ହଜାର ୫୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୬,୯୪,୮୭୯କୁ ବୃଦ୍ଧି ପାଇଛି। ସେହିଭଳି ଗତକାଲି ମୃତକଙ୍କ ସଂଖ୍ୟାରେ ହ୍ରାସ ପାଇଥିବା ନେଇ ସୂଚନା ମିଳିଥିବା ବେଳେ ପୁଣି ଏଥିରେ ବୃଦ୍ଧି ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ୩ହଜାର ୩୮୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ ,୪୪,୦୮୨ରେ ପହଞ୍ଚିଛି। ଦିନକରେ ୧,୯୭,୮୯୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୬୭,୯୫,୫୪୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୫,୫୫,୨୪୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୨୨,୭୮,୬୦,୩୧୭ ଟିକା ନେଇ ସାରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.