ଦେଶରେ ଦିନକରେ ଆଉ ନୂଆ ସଂକ୍ରମିତ ୧.୩୨ଲକ୍ଷ

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ନୂଆ ଆଉ ସଂକ୍ରମିତ ସଂଖ୍ୟା ଟପିଲା ୧.୩୨ଲକ୍ଷ ଟପିଛି। ଆଉ ୧ଲକ୍ଷ ୩୨ ହଜାର ୭୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୮୩,୦୭,୮୩୨କୁ ବୃଦ୍ଧି ପାଇଛି। ସେହିଭଳି ଚିକିତ୍ସାଧୀନ ଅବସ୍ଥାରେ ୩,୨୦୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩୫ ହଜାର ୧୦୨ରେ ପହଞ୍ଚିଛି। ଦିନକରେ ୨,୩୧,୪୫୬ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୨,୬୧,୭୯,୦୮୫କୁ ବୃଦ୍ଧି ପାଇଛି। ୧୭,୯୩,୬୪୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୨୧,୮୫,୪୬,୬୬୭ ଟିକା ନେଇ ସାରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.