ଦିନକରେ ଦୈନିକ ସଂକ୍ରମଣ ୩ ଲକ୍ଷ ୪୩ହଜାରରୁ  ଅଧିକ ; ମୃତ୍ୟୁ ୪ହଜାର 

ନୂଆଦିଲ୍ଲୀ : କରୋନାର ୨ୟ ତରଙ୍ଗ ସାରା ଦେଶରେ ଚିନ୍ତାର କାରଣ ପାଲଟି ସାରିଛି। ଦେଶରେ କିଛି ଦିନ ପୂର୍ବରୁ ଦୈନିକ ସଂକ୍ରମଣ ୪ ଲକ୍ଷ ଅତିକ୍ରମ କରୁଥିଲା। ଏବେ ୨୪ ଘଣ୍ଟାରେ ୩ , ୪୩ ହଜାର ୧୪୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୪୦,୪୬,୮୦୯କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୪,୦୦୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୨,୬୨,୩୧୭ରେ ପହଞ୍ଚିଛି। ଦିନକରେ ୩,୪୪,୭୭୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୨,୦୦,୭୯,୫୯୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୭,୦୪,୮୯୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments
Loading...