କରୋନା ଆକ୍ରାନ୍ତ ଚିହ୍ନଟ ପରେ ୩ ଦିନ ପାଇଁ ଜିଆଇଟି ବିଶ୍ୱବିଦ୍ୟାଳୟ ବନ୍ଦ

ରାୟଗଡା : କରୋନା ଆକ୍ରାନ୍ତ ଚିହ୍ନଟ ପରେ ରାୟଗଡା ଜିଲା ଗୁଣୁପୁର ଜିଆଇଟି ବିଶ୍ୱବିଦ୍ୟାଳୟକୁ ୩ ଦିନ ପାଇଁ ବନ୍ଦ କରାଯାଇଛି ବୋଲି ଗୁରୁବାର ଖବର ମିଳିଛି। ଆସନ୍ତା ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ବନ୍ଦ ନେଇ ରେଜିଷ୍ଟାର ଘୋଷଣା କରିଛନ୍ତି। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଶ୍ୱବିଦ୍ୟାଳୟକୁ ୩ ଦିନ ବନ୍ଦ ରଖାଯାଇଛି। ଏହି ସମୟରେ କ୍ୟାମ୍ପସ ବାହାରେ ଥିବା ଛାତ୍ରଛାତ୍ରୀ, ଷ୍ଟାଫଙ୍କୁ ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଛି। ଏହାସହ କ୍ୟାମ୍ପସ ଭିତର ଷ୍ଟାଫ ଓ ଛାତ୍ରଛାତ୍ରୀଙ୍କୁ ମେଡିକାଲ ଟିମକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 

Comments are closed.