ରାଜ୍ୟରେ ଦିନକରେ ୧୪ ଜିଲାରୁ ୩୫ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର : ରାଜ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ୧୪ ଜିଲାରୁ ୩୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୁଗୁଳରୁ ସର୍ବାଧିକ ରହିଛନ୍ତି। ଅନୁଗୁଳରୁ ୫ , ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। କଟକ,କଳାହାଣ୍ଡି,କେନ୍ଦ୍ରାପଡା, ଖୋର୍ଦ୍ଧା,ନବରଙ୍ଗପୁର ଓ ସୁବର୍ଣ୍ଣପୁର ଜିଲାରୁ ୩ ଲେଖାଏଁ, ଦେବଗଡ, ଗଜପତି, ଗଞ୍ଜାମ, ଝାରସୁଗୁଡା ଓ ସୁନ୍ଦରଗଡ ଜିଲାରୁ ୨ ଲେଖାଏଁ ମୃତ୍ୟୁ ବରଣ କରିଥିବା ବେଳେ ନୟାଗଡ ଓ ନୂଆପଡା ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାସହ ମୋଟ କରୋନା ମୃତକଙ୍କ ସଂଖ୍ୟା ୨ହଜାର ୭୫୪ରେ ପହଞ୍ଚିଛି।

Comments are closed.