ହ୍ରାସ ପାଇଲା କରୋନା ଜନିତ ମୃତ୍ୟୁ ; ଆଖି ବୁଜିଲେ ଆଉ ୫ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ହ୍ରାସ ପାଉଛି। ଏବେ କିଛି ଦିନ ହେବ ମୃତକଙ୍କ ସଂଖ୍ୟା ୧୦ ମଧ୍ୟରେ ସୀମିତ ରହୁଛି। ୨୪ ଘଣ୍ଟାରେ ଆଉ ୫ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୬୦ରେ ପହଞ୍ଚିଛି। ୪,୫୫୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି। ଆଜିର ମୃତଙ୍କ ମଧ୍ୟରେ କେନ୍ଦୁଝରରୁ୨, ମାଲକାନଗିରି, ମୟୁରଭଞ୍ଜ ଓ ନୂଆପଡାରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଛି।

Comments are closed.