୫ ଜିଲାରୁ କରୋନାରେ ଆଖି ବୁଜିଲେ ୫ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କରୋନା ଜନିତ ମୃତ୍ୟୁ ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୫ ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହାସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ଛୁଇଁଲା ୧୭୯୪କୁ ଛୁଇଁଛି। ମୃତକଙ୍କ ମଧ୍ୟରେ ବଲାଙ୍ଗୀର, ଖୋର୍ଦ୍ଧା, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.