୨୦ ଜିଲାରୁ ୧୧୪ ନୂଆ କରୋନା ପିଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ୨୪ ଘଣ୍ଟାରେ ୧୧୪ ନୂଆ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୬୮, ସ୍ଥାନୀୟ ୪୬ । ମୋଟ ପଜିଟିଭ ସଂଖ୍ୟା ୩,୩୫,୦୭୨କୁ ବୃଦ୍ଧି ପାଇଛି। ୩,୩୧,୯୬୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୧୫୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୦ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟ ସୁନ୍ଦରଗଡରୁ ସର୍ବାଧିକ ୨୧। ଅନୁଗୁଳରୁ ୮, ବାଲେଶ୍ୱର ୭, ବରଗଡ ୧୧, ବଲାଙ୍ଗୀର ୩, କଟକ ୭, ଦେଓଗଡ ୧, ଗଞ୍ଜାମ ୫, ଜଗତସିଂହପୁର ୨, ଯାଜପୁର ୬, ଝାରସୁଗୁଡା ୨, ଖୋର୍ଦ୍ଧା ୯, ମୟୁରଭଞ୍ଜ ୫, ନବରଙ୍ଗପୁର ୧, ନୂଆପଡା ୮, ପୁରୀ ୮, ରାୟଗଡା ୩, ସମ୍ବଲପୁର ୪, ସୋନପୁର ୧, ଷ୍ଟେଟ ପୁଲରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.