ଦେଶରେ ୨୪ ଘଣ୍ଟାରେ ୯୨ ହଜାର ୬୦୫ ଆକ୍ରାନ୍ତ ଚିହ୍ନଟ, ୧୧୩୩ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ରେକର୍ଡ଼ ସୃଷ୍ଟି କରୁଛି। ପ୍ରତିଦିନ ୯୦ ହଜାରୁ ଅଧିକ ଆକ୍ରାନ୍ତ ସୃଷ୍ଟି ହେଉଛନ୍ତି। ଦେଶରେ ୨୪ ଘଣ୍ଟାରେ ୯୨ ହଜାର ୬୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୩୩ ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୬,୭୫୨କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଲକ୍ଷ ୬୨୦କୁ ବୃଦ୍ଧି ପାଇଛି। ମୋଟ ୧୦,୧୦,୮୨୪ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୪୩,୦୩,୦୪୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

 

Comments are closed.