ଗଞ୍ଜାମରେ କାର୍ଯ୍ୟରତ ଜଣେ ଏସଡିପିଓ, ଆଇଆଇସି କରୋନା ପଜିଟିଭ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ କାର୍ଯ୍ୟରତ ଜଣେ ଏସଡିପିଓ ଏବଂ ଥାନା ଆଇଆଇସି ଶନିବାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଗ ଧାଡ଼ିର ଏହି କରୋନା ଯୋଦ୍ଧା ସଂକ୍ରମିତ ହୋଇଥିବା ନେଇ ଗଞ୍ଜାମ ଏସପି ଟ୍ୱିଟ୍ କରି ଜଣାଇଛନ୍ତି ।
ସୂଚନା ଯୋଗ୍ୟ, ବିଶେଷ କରି ପ୍ରବାସୀ ଶ୍ରମିକ ଓ ସଂଗରୋଧ କେନ୍ଦ୍ର ତଦାରଖ ଦାୟିତ୍ୱରେ ଥିବାରୁ କୌଣସି କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଉଭୟ ପୁଲିସ ଅଧିକାରୀ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି । ତେବେ ସେମାନେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ଏସପି କାମନା କରିଛନ୍ତି । ଏହା ପୂର୍ବରୁ ୨ ଜଣ ହୋମଗାର୍ଡ ସଂକ୍ରମିତ ହୋଇଥିଲେ । ସେହିପରି ଏମକେସିଜି ମେଡିକାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ କରୋନା ମୁକାବିଲାରେ ନିୟୋଜିତ ଶିକ୍ଷକ, ଅଙ୍ଗନବାଡି, ଆଶାକର୍ମୀ ମଧ୍ୟ ସଂକ୍ରମିତ ହୋଇସାରିଛନ୍ତି ।

Comments are closed.