ରାଜ୍ୟରେ ଆଉ ୩୫ ସଂକ୍ରମିତ ମୃତ ; ମୋଟ ମୃତ୍ୟୁ ସଂଖ୍ୟା ୨୬୮୬

ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଉଛି କରୋନା ଜନିତ ମୃତ୍ୟୁ। ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୫ କରୋନା ସଂକ୍ରମିତ ଆଖି ବୁଜିଛନ୍ତି। ମୃତକଙ୍କ ମଧ୍ୟରେ ୧୨ ଜଣ ମହିଳା ଓ ଜଣେ ଶିଶୁ ମଧ୍ୟ ରହିଛନ୍ତି। ୩୫ ମୃତକଙ୍କ ମଧ୍ୟରେ ଅନୁଗୁଳରୁ ସର୍ବାଧିକ ୫, କଳାହାଣ୍ଡି ଓ ରାୟଗଡାରୁ ୪ ଲେଖାଏଁ, ଖୋର୍ଦ୍ଧା, ସୁନ୍ଦରଗଡ, ନବରଙ୍ଗପୁର ଓ ଝାରସୁଗୁଡାରୁ ୩ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିପରି ବୌଦ୍ଧ, ଜଗତସିଂହପୁର ଓ କୋରାପୁଟରୁ ୨ଲେଖାଏଁ, କଟକ, ମାଲକାନଗିରି,ସମ୍ବଲପୁର ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୬୮୬ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳୁଛି।

Comments are closed.