ଆଉ ୧୫ କରୋନା ଆକ୍ରାନ୍ତ ମୃତ ; ମୃତ୍ୟୁ ସଂଖ୍ୟା ୧୧୦୪

ଭୁବନେଶ୍ୱର : ରାଜ୍ୟରେ ଶୁକ୍ରବାର ୧୫ ଜଣ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏଥି ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୦୪ରେ ପହଞ୍ଚିଛି। ଆଜିର ଖୋର୍ଦ୍ଧା, କଟକ, ନବରଙ୍ଗପୁର ଓ ସମ୍ବଲପୁର ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେହିପରି ପୁରୀ, ଭଦ୍ରକ, ବରଗଡ଼, କେନ୍ଦ୍ରାପଡ଼ା ଜଗତସିଂହପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏନେଇ ସ୍ୱାସ୍ଥ୍ୟ ପରିବାର ଓ କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

 

 

Comments are closed.