ଆଉ ୧୪ ଆକ୍ରାନ୍ତଙ୍କ ମୃତ୍ୟୁ ; ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୧୬୭୧

ଭୁବନେଶ୍ୱରେ : ରାଜ୍ୟରେ ପ୍ରତିଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ ଅତିକ୍ରମ କରୁଛି। ୨୪ ଘଣ୍ଟାରେ କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୪ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାସହ ମୃତ୍ୟୁ ସଂଖ୍ୟା ୧୬୭୧ରେ ପହଞ୍ଚିଛି। ମୃତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୫, ସମ୍ବଲପୁରରୁ ୩, ରାୟଗଡ଼ା, ନୂଆପଡ଼ା, ଜଗତସିଂହପୁର, କଟକ, ଭୁବନେଶ୍ୱର ଓ ଅନୁଗୁଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments
Loading...