ବର୍ଷା ସମୟରେ ବାହାରକୁ ଆସିଲା ଏହି ଲାଲରଙ୍ଗର ଦୁର୍ଲ୍ଲଭସାପ : ଲୋକେ ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ସାପ ଦେଖିବା ଓ ଜଣାଶୁଣା ସାପ ବିଷୟରେ ଜାଣିବା ଏକ ସାଧାରଣ କଥା। ମାତ୍ର କେତେକ ସମୟରେ ଦୁର୍ଲ୍ଲଭ ସାପ ଦେଖିଲେ ଆଶ୍ଚର୍ଯ୍ୟ ଚକିତ ଲାଗିଥାଏ। ରେଡ଼ କୋରଲ କୁକରୀ ଏହା ଏକ ସାପ ଅଟେ। ବର୍ତମାନ ସୋସିଆଲ ମିଡ଼ିଆରେ ଏହି ସାପଟିର ଫଟୋ ଖୁବ ଭାଇରାଲ ହେଉଛି। ଏହି ଦୁର୍ଲ୍ଲଭ ସାପ ଉତରପ୍ରଦେଶର ଲଖୀମପୁର ଖୀରୀର ଦୁଧବା ଏକ ଜାତୀୟ ଉଦ୍ୟାନରେ କିଛି ଦିନ ପୂର୍ବରୁ ଦେଖିବାକୁ ମିଳିଛି। ଉଦ୍ୟାନର ଏକ କର୍ମଚାରୀ ଏହି ସାପଟିର ଫଟୋ ଉଠାଇଥିଲା।ଏହାପରେ ଟ୍ୱଟରେ ବନ୍ୟଜୀବ ସଂରକ୍ଷଣ ଓ ପର୍ଯ୍ୟଟନ ସଙ୍ଗଠନ ଏହା ବିଷୟରେ ଅବଗତ କରାଇଥିଲେ।
ସୂଚନା ଅନୁଯାୟୀ ଏହି ସାପଟି ପ୍ରଥମ ଥର ୧୯୩୬ରେ ଦୁଧବାରେ ଦେଖାଯାଇଥିଲା। ଏହାର ଜୁଲୋଜିକାଲ ନାମ (ପ୍ରାଣୀବଜ୍ଞାନ ସମ୍ବନ୍ଧୀୟ ନାମ ) ଓଲିଗୋଡ଼ୋନ ଖେରିଏନ୍ସିସ। ଚମକୁଥିବା ରଙ୍ଗର ଏହି ସାପର ଆକାର ମଧ୍ୟ ଭିନ୍ନ। ୮୨ ବର୍ଷ ପରେ ଏହା ପ୍ରଥମ ଥର ପୁଣି ନଜରରେ ଆସିଛି। ଜଣେ ଭାରତୀୟ ବନ୍ୟ ଅଧିକାରୀଙ୍କ ମତରେ ରେଡ଼ କୋରଲ କୁକରୀ ସାପ କିଛି ବର୍ଷ ମଧ୍ୟରେ ୪ ଥର ନଜରରେ ଆସିଛି। କିଛି ବିଶେଷଜ୍ଞଙ୍କ ମତରେ ଦୁଧବା ଜାତୀୟ ଉଦ୍ୟାନ ବିବିଧତା ଓ ଆଶ୍ଚର୍ଯ୍ୟ ଭରା କେତେକ ତଥ୍ୟ ସହ ଘେରି ହୋଇ ରହିଛି।
ଏହି କିଛି ଦିନରେ ବର୍ଷା ହୋଇଥିବା କାରଣରୁ ଏହି ସାପଟି କର୍ମଚାରୀ ରହୁଥିବା ଘର ନିକଟରେ ଦେଖାଯାଇଛି।ଏବେ ଏହି ସାପଟିର ଫଟୋ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି। ଏହି ସାପ ବିଷାକ୍ତ ନୁହେଁ ବୋଲି କୁହାଯାଏ। ଏମାନେ କେବଳ କୀଟ ଓ ଅନ୍ୟ କିଛି ଜିନିଷ ହିଁ ଖାଇଥାଆନ୍ତି। ଏହି ସାପର ନାମ ସେମାନଙ୍କ ଲାଲ , ନାରଙ୍ଗୀ ରଙ୍ଗ ଓ ଦାନ୍ତ କାରଣରୁ ଏପରି ରଖାଯାଇଛି।

Comments are closed.