MEllora 950×100

ତମ୍ବାପାତ୍ରରେ ପାଣି ପିଉଥିଲେ ଜାଣି ରଖନ୍ତୁ ; ଲାଭ ବଦଳରେ ହୋଇପାରେ କ୍ଷତି

ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ୍‌‌ ଉପକାରୀ ବୋଲି କୁହାଯାଏ। ଏହି ପାତ୍ରର ପାଣିକୁ ପ୍ରାକୃତିକ ଭାବେ ଶୁଦ୍ଧ କରିବାର ଶକ୍ତି ରହିଛି। ଅନେକ ଲୋକ ଫିଲଟର୍‌‌ ପରିବର୍ତ୍ତେ ତମ୍ବା ପାତ୍ରରେ ପାଣି ପିଇବାକୁ ପସନ୍ଦ କରିଥାଆନ୍ତି। ମାତ୍ର ଏହି ପାତ୍ରରେ ପାଣି ପିଇବା ପୂର୍ବରୁ କିଛି ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଜରୁରୀ। ନଚେତ୍‌‌ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଜାଣନ୍ତୁ ତମ୍ବା ପାତ୍ରରେ ପାଣି ପିଇବା ପୂର୍ବରୁ କେଉଁ ଦିଗ ପ୍ରତି ଧ୍ୟାନ ଦେବେ..
କିଛି ଲୋକେ ଶୋଇବା ପୂର୍ବରୁ ଭୂମି ଉପରେ ହିଁ ତମ୍ବାପାତ୍ରରେ ପାଣି ଭର୍ତ୍ତି କରି ରଖି ଦିଅନ୍ତି। ମାତ୍ର ଏପରି କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ତମ୍ବାପାତ୍ରରେ ପାଣି ଭର୍ତ୍ତି କରି ଭୂମି ଉପରେ ରଖିବା ଉଚିତ ନୁହେଁ। ଏହାକୁ ଯେକୌଣସି କାଠ ଜିନିଷ ଉପରେ ରଖନ୍ତୁ।
ତମ୍ବାପାତ୍ରର ପାଣି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ମାତ୍ର ଯେଉଁମାନଙ୍କର ଅଧିକ ଏସିଡିଟି ସମସ୍ୟା ରହିଛି, ସେମାନେ ଏହି ପାତ୍ରର ପାଣି ସେବନ କରିବା ଉଚିତ ନୁହେଁ। କାରଣ ଅନେକ ସମୟ ପାତ୍ରରେ ପାଣି ରହିବା ପରେ ଏହାର ଗୁଣ ଉଷ୍ଣ ହୋଇଯାଏ। ଏହା ଏସିଡିଟି ସମସ୍ୟା ଥିବା ରୋଗୀଙ୍କ ପାଇଁ କ୍ଷତିକାରକ ହୋଇଥାଏ।
ତମ୍ବାପାତ୍ରରେ ପାଣି ରଖି ଏହାକୁ ସକାଳେ ଖାଲିପେଟରେ ହିଁ ପିଅନ୍ତୁ। ଖାଲି ପେଟରେ ଏହାକୁ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଖାଲିପେଟରେ ଏହି ପାଣି ପିଇଲେ ପାଚନ ତନ୍ତ୍ର ସୁସ୍ଥ ସହ ସଠିକ ଭାବେ କାର୍ଯ୍ୟ କରିଥାଏ। ଖାଦ୍ୟ ଖାଇବା ପରେ ତମ୍ବା ପାତ୍ରରେ ପାଣି ପିଇବା କ୍ଷତିକାରକ ହୋଇଥାଏ। ଖାଦ୍ୟ ଖାଇବା ପରେ ଏହି ପାତ୍ରରେ ପାଣି ପିଇବା ଦ୍ୱାରା ପାଚନ ଜନିତ ସମସ୍ୟା ଓ ଖାଦ୍ୟ ହଜମରେ ସମସ୍ୟା ହୋଇଥାଏ।
ତମ୍ବା ପାତ୍ରରେ ୮ ଘଣ୍ଟା ପାଣି ରଖିବା ପରେ ଏହାକୁ ପିଇବା ସବୁଠାରୁ ଉତ୍ତମ ବୋଲି କୁହାଯାଏ। ୪୮ ଘଣ୍ଟା ପର୍ଯ୍ୟନ୍ତ ଏହି ପାତ୍ରରେ ପାଣି ଭର୍ତ୍ତି କରି ରଖି ପିଇପାରିବେ।

Comments are closed.